ଜୟପରରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ

ଜୟପୁର: ଗଞ୍ଜେଇ ବେପାରୀଙ୍କ ଅଭିନବ ଉପାୟ । କେତେବେଳେ ବାଇଗଣ ବୋଝେଇ ଗାଡିରୁ ତ ପୁଣି କେତେବେଳେ କଖାରୁ ବୋଝେଇ ଗାଡିରେ ଗଞ୍ଜେଇ ଚୋରାଚାଲାଣ କରୁଛନ୍ତି । ତେବେ ଜୟପୁରରୁ ଏକ ଅଦା ବସ୍ତା ଟ୍ରକରୁ ଏକ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କରିଛି ସଦର ପୋଲିସ । ଗଞ୍ଜେଇ ନେଇ ବାହାର ରାଜ୍ୟକୁ ଚୋରାଚାଲାଣ କରୁଥିବା ଜୟପୁର ସଦର ପୋଲିସ କହିଛି । ଚୋରାଚାଲାଣରେ ବ୍ୟବହୃତ ଟ୍ରକକୁ ଜବତ କରିବା ସହ ଜଣକୁ ଗିରଫ କରିଛି ପୋଲିସ । ଜବତ ଗଞ୍ଜେଇ ପରିମାଣ ପ୍ରାୟ ଏକ ଟନ୍ ହେବ ।

ଏକ ହଜାର ଏକ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ ।  ଏହି ଘଟଣାରେ ୯୩ ବସ୍ତା ଅଦା ସହ ଟ୍ରକ ମଧ୍ୟ ଜବତ କରିଛି ପୋଲିସ୍ ।

Leave A Reply

Your email address will not be published.

ବ୍ରେକିଂ