ଭଦ୍ରକରୁ ୧୭ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ,ଜଣେ ଗିରଫ

ଭଦ୍ରକ: ଭଦ୍ରକ ଗୁଆମାଳଠାରେ ୧୭୫ ଗ୍ରାମର ବ୍ରାଉନସୁଗାର ଜବତ  । ବ୍ରାଉନସୁଗାର ବେପାର ହେଉଥିବା ବେଳେ ମାଡିବସିଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବାଇକକୁ ଜବତ କରିଛି ବିଭାଗ । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କା ହେବ ବୋଲି କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବାଇକ୍ ଯୋଗେ ବ୍ରାଉନସୁଗାର ବେପାର କରିବାକୁ ନେଇ ଯାଉଥିବା ସମୟରେ, ମଙ୍ଗଳବାର କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଗୁଆମାଳ ଶିବ ମନ୍ଦିରଠାରେ ତପନ କୁମାର ବେହେରା ନାମକ ଯୁବକଙ୍କୁ ସନ୍ଦେହଜନକ ଅବସ୍ଥାରେ ପଚରାଉଚୁରା କରିବା ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଯୁବକଙ୍କ  ନିକଟରୁ ବିପୁଳ ପରିମାଣରେ  ବ୍ରାଉନସୁଗାର ଜବତ ହୋଇଥିଲା ।

Leave A Reply

Your email address will not be published.

ବ୍ରେକିଂ