ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ବର୍ଷା ଯୋଗୁଁ ଚତୁର୍ଥ ଦିନ ଖେଳ ବାତିଲ

ସାଉଥାମ୍ପଟନ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ର ଚତୁର୍ଥ ଦିନରେ ମଧ୍ୟ ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ ।  କ୍ରମାଗତ ବର୍ଷା ହେତୁ ଚତୁର୍ଥ ଦିନର ମ୍ୟାଚ ବାତିଲ ହୋଇଛି  । ସାଉଥାମ୍ପଟନରେ ଆଜି ସକାଳୁ ବର୍ଷା ଲାଗିରହିଥିଲା, ଯାହା ଖେଳ ବାତିଲ ହେବା ପରେ ମଧ୍ୟ ବନ୍ଦ ହୋଇନଥିଲା । ଫଳରେ ଅମ୍ପାୟାରଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡିଲା । ଏତେ ବର୍ଷା ହେଉଥିଲା ଯେ ଭୂମିରୁ ପାଣି ନିଷ୍କାସନ କରିବାର ସମୟ ନଥିଲା।

ସେପଟେ ମ୍ୟାଚର ପଞ୍ଚମ ଦିନରେ ଅର୍ଥାତ୍ ମଙ୍ଗଳବାର ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଐତିହାସିକ ଟେଷ୍ଟ ମ୍ୟାଚ୍ ୧୮ ଜୁନ୍ ରୁ ଆରମ୍ଭ ହୋଇଥିଲା । ଜୁନ୍ ୧୮ ରେ ମଧ୍ୟ ବର୍ଷା ହେତୁ ଟସ୍ ହୋଇପାରିଲା ନାହିଁ, ଏହା ପରେ ମ୍ୟାଚର ଦ୍ୱିତୀୟ ଏବଂ ତୃତୀୟ ଦିନରେ କେବଳ ୧୪୧.୧ ଓଭର ଖେଳାଯାଇପାରିଛି ।

ଭାରତର ପ୍ରଥମ ଇନିଂସ ସ୍କୋର ୨୧୭ ରନ ଜବାବରେ ନ୍ୟୁଜିଲାଣ୍ଡ ୨ ଉଇକେଟ ହରାଇ ୧୦୧ ରନ ସଂଗ୍ରହ କରିଛି । କେନ ୱିଲିୟମସନ ୧୨ ଓ ରସ ଟେଲର ଖାତା ନ ଖୋଲି ଅପରାଜିତ ଅଛନ୍ତି ।  ଆଇସିସି ଏହି ମ୍ୟାଚ୍ ପାଇଁ ଜୁନ୍ ୨୩କୁ ରିଜର୍ଭ ଡେ ଭାବେ ରଖିଛି । 

 

 

Leave A Reply

Your email address will not be published.

ବ୍ରେକିଂ