ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ହସ୍ପିଟାଲରେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ  : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପୁଣି ବିଗିଡିବାରେ ଲାଗିଛି । ତେବେ କଲ୍ୟାଣ ସିଂହଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ହସ୍ପିଟାଲରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗତକାଲି ତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସିଥିଲା କିନ୍ତୁ ରବିବାର ଦିନ ହଠାତ୍ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବା ସହ ପେଟରେ ସମସ୍ୟା ଦେଖାଦେଇଛି ।

ଯାହାଫଳରେ ତାଙ୍କୁ ବର୍ତ୍ତମାନ ଅକ୍ସିଜେନ ସ୍ପୋର୍ଟରେ ରଖାଯାଇ ଚିକିତ୍ସା କରାଯାଉଛି । କୌଣସି ନୂଆ ସଂକ୍ରମଣ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି । ସେହିପରି ହୃଦଘାତ, ସ୍ନାୟୁ ରୋଗ, ମଧୁମେହ ଏବଂ କିଡନୀ ବିଶେଷଜ୍ଞଙ୍କ ସମେତ ବରିଷ୍ଠ ଡାକ୍ତରଙ୍କ ଟିମ୍ କଲ୍ୟାଣ ସିଂହଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି ।

କଲ୍ୟାଣ ସିଂହଙ୍କୁ ଜୁଲାଇ ୪ ତାରିଖ ସନ୍ଧ୍ୟାରେ ଏସଜିପିଜିଆଇରେ ଭର୍ତ୍ତି କରାଯାଇଥିଲା। ଏହାପୂର୍ବରୁ ସେ ଏଠାରେ ଥିବା ଡ ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ଚିକିତ୍ସିତ ହେଉଥିଲେ । ଏହାପୂର୍ବରୁ କଲ୍ୟାଣ ସିଂହଙ୍କ ଅବସ୍ଥା ସୁଧୁରୁଥିଲା । ତାଙ୍କ ସ୍ୱାସ୍ଥ୍ୟରେ କ୍ରମାଗତ ଉନ୍ନତି ହେଉଥିଲା ।

 

Leave A Reply

Your email address will not be published.

ବ୍ରେକିଂ