ରାଜମହଲ ଛକରେ ଟେକା ମାଡ କରି ଯୁବକଙ୍କ ମୁଣ୍ଡ ଫଟାଇ ଦେଲେ ଯୁବତୀ

ଭୁବନେଶ୍ୱର : ରାଜମହଲ ରାସ୍ତା ମଝିରେ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ। ଟେକା ମାଡ କରି ମୋ ବସର କର୍ମଚାରୀଙ୍କ ମୁଣ୍ଡ ଫଟାଇ ଦେଲେ ଯୁବତୀ। ରାଜରାସ୍ତାରେ ସମସ୍ତଙ୍କ ଉପସ୍ଥିତିରେ କର୍ମଚାରୀଙ୍କୁ ନିର୍ଧୁମ ପିଟିଥିଲେ ଯୁବତୀ। ଏପରିକି ଘଟଣାସ୍ଥଳରେ ଟ୍ରାଫିକ ପୋଲିସ ଉପସ୍ଥିତ ଥାଇ ମଧ୍ୟ ଚୁପ ରହିଥିଲେ।  ହେଲେ ପିସିଆର ଭ୍ୟାନ ପହଞ୍ଚିବା ପରେ ଯୁବତୀ ଜଣକ ଫେରାର ହୋଇଯାଇଥିଲେ।

ମିଳିଥିବା ସୂଚନାନୁଯାୟୀ, ଯୁବତୀ ଜଣକ  ମୋ ବସ ଯାତ୍ରା କରିବା ସମୟରେ ବସ ଟିକେଟ ମାଗିଥିଲେ କଣ୍ଡକ୍ଟର।  ଯୁବତୀ ଜଣକ କିନ୍ତୁ ଟିକେଟ କାଟି ନଥିଲେ। ଫଳରେ ସମ୍ପୃକ୍ତ ଯୁବତୀ ଓ କଣ୍ଡକ୍ଟର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।  ବସ ଭିତରେ ଯୁବତୀ ଅଶ୍ଳୀଳ ଗାଳିଗୁଲଜ କରିଥିଲେ। ଏତିକିରେ କଥା ସରି ନଥିଲା। ଓଭର ବ୍ରିଜ ତଳେ ବସ ଅଟକିବା କ୍ଷଣି ଯୁବତୀ ଜଣକ  କର୍ମଚାରୀଙ୍କୁ ଘୋଷାଡି ଆଣିଥିଲେ. ଗୋଡାଇ ଗୋଡାଇ ତାଙ୍କୁ ପଥର ମାଡ କରିଥିଲେ।  ଏଥିରେ ବସ କର୍ମଚାରୀଙ୍କ ମୁଣ୍ଡ ଫାଟି ଯାଇଥିଲା । ଏହି ଦୃଶ୍ୟକୁ ସମସ୍ତେ ଦେଖୁଥିଲେ ବି ଯୁବତୀଙ୍କୁ ରୋକିବାକୁ କେହି ବି ସାହସ କରି ନଥିଲେ ।

Leave A Reply

Your email address will not be published.

ବ୍ରେକିଂ
ରାଜ୍ୟରୁ ସୁସ୍ଥ ହେଲେ ୨୨୪ କରୋନା ଆକ୍ରାନ୍ତ ଅନ୍ତର୍ଜାତୀୟ ମାନର ହେବ କୋଣାର୍କ ଅଞ୍ଚଳର ଭିତ୍ତି ଭୂମି : ମୁଖ୍ୟମନ୍ତ୍ରୀ ସେରମ ନିଆଁରେ ଚାଲି ଗଲା ୫ ଜୀବନ, ଟ୍ୱିଟ୍ କରି ଦୁଃଖ ପ୍ରକାଶ କଲେ ଆଦର ପୁନୱାଲା କିଡନୀ ରାକେଟ ଠକ ହିମାଂଶୁ ଭୂଷଣକୁ ପୁଣି ରିମାଣ୍ଡରେ ନେଲା ପୋଲିସ ସେବାୟତଙ୍କୁ କୋଭିଡ ଟିକା ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କଲା ଶ୍ରୀମନ୍ଦିର ପ୍ରଶାସନ ଇରାକର ସେଣ୍ଟ୍ରାଲ ବାଗଦାଦ ମାର୍କେଟରେ ଆତ୍ମଘାତୀ ହମଲା : ୩୦ ମୃତ, ୭୩ ଆହତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା : କ୍ରାଇମବ୍ରାଞ୍ଚ ଉପରେ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଦାନ କଲେ ଗୌତମ ଗମ୍ଭୀର ସେରମ ଇନଷ୍ଟିଚ୍ୟୁଟରେ ଭୟାବହ ଅଗ୍ନିକାଣ୍ଡ ୨୪ ଘଣ୍ଟାରେ ରାଜ୍ୟରେ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ