କଳାହାଣ୍ଡି: ବିବାହ କରି ଫସିଲେ ଯୁବତୀ । ୪ ଥର ବିବାହ ପରେ ମିଛି ମିଛିକା କନିଆ ସାଜୁଥିବା ଯୁବତୀ ଧରାପଡ଼ିଛନ୍ତି । ଏହାସହ ତାଙ୍କୁ ଏଥିରେ ସହଯୋଗ କରୁଥିବା ୩ ଜଣଙ୍କୁ ବି ପୋଲିସ୍ ଗିରଫ କରିଛି । ଏପରି ଏକ ନକଲି ବିବାହ ଠକ ଦଳକୁ କଳାହାଣ୍ଡି ପୁଲିସ୍ ଗିରଫ କରିଛି।
ଗିରଫ ଠକ ଦଳର ଚାରି ଜଣ ସଦସ୍ୟ ହେଲେ ସୁନ୍ଦରଗଡର ଏଲି .ମହନ୍ତ, ବଲାଙ୍ଗୀର କଣ୍ଟାବାଞ୍ଜି ର ବିରବଲ ଶର୍ମା , ଛତିଶଗଡ ମହାସମୁନ୍ଦର ମିନା ଗୁପ୍ତା ଓ ଛତିଶଗଡ ବିଲାସପୁର ଶ୍ରବଣ ସୋନି ।
ବିବାହ ପାଇଁ କନିଆ ପ୍ରସ୍ତୁତ ଥିବା କହି ଠକ ଦଳର ସଦସ୍ୟ ତା’ର ମା’, ମାମୁ ଓ ଭାଇ ସାଜୁଥିଲେ । ଏହି ଠକ ଦଳ ବୟସ୍କ ତଥା ବିବାହ ବିଚ୍ଛେଦ ବ୍ୟକ୍ତିଙ୍କୁ ଜାଲରେ ଫସେଇବାକୁ ଚେଷ୍ଟା କରୁଥିଲେ । ଏହାପରେ ବିବାହ ପାଇଁ ୪ ଲକ୍ଷର ଡିଲ୍ କରୁଥିଲେ ।
ତେବେ, ମୁଖ୍ୟ ଅଭିଯୁକ୍ତ ନକଲି ବଧୂ ଏଲି ମହନ୍ତଙ୍କ ନାଁରେ ପୂର୍ବରୁ ୩ ଗୋଟି ବିବାହ କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ବିବାହର କିଛି ମାସ ପରେ ଶାଶୁ ଘରେ ନିର୍ଯାତନା ଦିଆଯାଉଥିବା ବାହାନା କରି ଝିଅ ଫେରାର ହୋଇଯାଉଥିଲା ବୋଲି ପୋଲିସ କହିଛି ।
ଏପରି ଆଉ ଜଣେ ବ୍ୟକ୍ତୁଙ୍କୁ ଜାଲରେ ଫସାଇବାକୁ ଠକ ଦଳ ଯୋଜନା କରିଥିଲେ । ଏମାନେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଞ୍ଚଳର ଜଣେ ବୟସ୍କ ବ୍ୟକ୍ତିଙ୍କୁ ଟାର୍ଗେଟ କରିଥିଲେ । ଗତ ଜୁନ୍ ମାସରେ ଯୁବତୀ ଜଣକ ଉକ୍ତ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ବିବାହର କିଛି ମାସ ପରେ ଯୁବତୀଜଣକ ବିଭିନ୍ନ ବାହାନା କରି ସେଠାରୁ ପଳାଇ ଆସିବାକୁ ଚେଷ୍ଟା କରୁଥିଲେ ।
ଇତିମଧ୍ୟରେ ତାଙ୍କୁ ବିବାହ କରିଥିବା ବ୍ୟକ୍ତିଙ୍କର ସନ୍ଦେହ ହେବାରୁ ସେ ନିଜ ପତ୍ନୀଙ୍କ ଆଧାର କାର୍ଡ ଯାଞ୍ଚ୍ କରିବା ପରେ ତାର ବିଭିନ୍ନ ନାଁ ଥିବା ଜାଣିବାକୁ ପାଇଥିଲେ । ଏହାପରେ ଗତ ଅକ୍ଟୋବରରେ ଯୁବତୀ ଜଣକ ସେଠାରୁ ପଳାଇ ଆସିଥିଲେ । ଏହାପରେ ତାଙ୍କୁ ବିବାହ କରିଥିବା ବ୍ୟକ୍ତି ଏନେଇ ରାମପୁର ଥାନାରେ ମାମଲା ରୁଜୁ କରିଥିଲେ । ଏନେଇ ପୋଲିସ୍ ଖୋଳତାଡ଼ କରି ଯୁବତୀଙ୍କ ସମେତ ଉକ୍ତ ଦଳର ୪ ଜଣଙ୍କୁ ବିଭିନ୍ନ ଜାଗାରୁ ଗିରଫ କରିଛି ।