ନୂଆଦିଲ୍ଲୀ: ନିଜ ଅଟୋକୁ ବିଳାସ ଘରରେ ପରିଣତ କଲେ ତାମିଲନାଡୁର ଅରୁଣ ପ୍ରଭାସ ନାମକ ଜଣେ ଯୁବକ। ତାଙ୍କର ଏହି ଅଭିନବ ପ୍ରୟାସ ପାଇଁ ବିଶିଳ୍ପ ଶିଳ୍ପପତି ତଥା ବ୍ୟବସାୟୀ ଭୁରି ଭୁରି ପ୍ରଶଂସା କରିଛନ୍ତି। କେବଳ ସେତିକି ନୁହେଁ ବୋଲେରୋ ପିକଅପରେ ଏଭଳି ଡିଜାଇନ କରିପାରିବେ କି ବୋଲି ପ୍ରଶ୍ନ କରିବା ସହ ଯୋଗଯୋଗ କରିବା ପାଇଁ ଅରୁଣ ପ୍ରଭାସଙ୍କୁ କହିଛନ୍ତି।
ସୂଚନାନୁସାରେ ତାମିଲନାଡୁର 24 ବର୍ଷୀୟ ଅରୁଣ ପ୍ରଭାସ ତାଙ୍କ ଅଟୋକୁ ଏକ ସୁନ୍ଦର ଏବଂ ବିଳାସମୟ ଘରରେ ପରିଣତ କରିଛନ୍ତି। ଯାହା ଭାରତବର୍ଷରେ ପ୍ରଥମ। ଯେଉଁଥିରେ ସାଧାରଣ ଘର ପରି ସମସ୍ତ ଆରାମ ରହିଛି। ଏହି ଘରେ ପ୍ରଚୁର ସ୍ଥାନ ଅଛି, ଭେଣ୍ଟିଲେସନ୍ ମଧ୍ୟ ରହିଛି। ମାତ୍ର ୧ ଲକ୍ଷ ଟଙ୍କା ବ୍ୟୟରେ ଏହି ଘର ନିର୍ମାଣ କରିଛନ୍ତି। ଏହି ଘରକୁ ଯେକୌଣସି ସ୍ଥାନକୁ ନିଆଯାଇପାରେ।
Apparently Arun did this to demonstrate the power of small spaces. But he was also on to a larger trend: a potential post-pandemic wanderlust & desire to be ‘always mobile.’ I’d like to ask if he’ll design an even more ambitious space atop a Bolero pickup. Can someone connect us? https://t.co/5459FtzVrZ
— anand mahindra (@anandmahindra) February 27, 2021
କେବଳ ଏତିକି ନୁହେଁ, ଅରୁଣ ଏହି ଘରର ଛାତ ଉପରେ ସୌର ପ୍ୟାନେଲ ମଧ୍ୟ ସ୍ଥାପନ କରିଛନ୍ତି ଏବଂ କିଛି ବ୍ୟାଟେରୀ ମଧ୍ୟ ରଖିଛନ୍ତି ଯାହା ଦ୍ବାରା ବିନା ବିଦ୍ୟୁତ୍ ସଂଯୋଗରେ ଏହି ମୋବାଇଲ୍ ଘରେ ବିଦ୍ୟୁତ୍ ଯୋଗାଣ ହୋଇପାରିବ।
ଏହାର ଅର୍ଥ ହେଉଛି ଏହି ଘରେ ଆପଣ ସାଧାରଣ ଗୃହରେ ଉପସ୍ଥିତ ଥିବା ପ୍ରତ୍ୟେକ ସୁବିଧା ପାଇବେ। ସୂଚନା ଅନୁଯାୟୀ, ଏହି ଘରେ ଜଳ ସଂରକ୍ଷଣ କରିବାର ସୁବିଧା ମଧ୍ୟ ଅଛି ଯାହା ଫଳରେ ଜଳ ମଧ୍ୟ ଯୋଗାଇ ଦିଆଯାଇପାରିବ।