ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ବରଗଡ଼ : ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ । ବରଗଡ଼ ତୁରା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ ହେଲେ ଦେବେନ୍ଦ୍ର ସାହୁ ବୋଲି ଜଣାପଡିଛି ।

ସୂଚନା ମୁତାବକ ମଙ୍ଗଳବାର ସକାଳ ଭୋର ୫ଟା ସମୟରେ ତୁରା ପ୍ରଧାନ ଟିକ୍ରାରେ ଥିବା ରୁଗୁଡି ବନ୍ଧକୁ ସେହି ଗ୍ରାମର  ଦେବେନ୍ଦ୍ର ସାହୁ ଓ ତାଙ୍କ ସ୍ତ୍ରୀ ଗାଧେଇବାକୁ ଯାଇଥିଲା । ହେଲେ କୌଣସି କାରଣରୁ ଦେବେନ୍ଦ୍ର ସାହୁ ପାଣିରେ ବୁଡ଼ି ଯାଇଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ତାଙ୍କ ସ୍ତ୍ରୀ ଚିତ୍କାର କରିବାରୁ ସ୍ଥାନିୟ ବାସିନ୍ଦା ନରେନ ସାହୁ ଓ ଇନ୍ଦ୍ରଜିତ ସାହୁ ତାଙ୍କୁ ଗଭୀର ପାଣିରୁ ଦେବେନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ । ପରେ ସଙ୍ଗେ ସଙ୍ଗେ ତାଙ୍କୁ ପରିବାର ଲୋକେ ବରଗଡ଼ ସହର ମଧ୍ୟରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।  ଏନେଇ ବରଗଡ଼ ଟାଉନ ଥାନା ରେ ଏକ ଅପମୃତ୍ୟୁ ମାମଲା ୩୭/୨୧ରୁଜୁ କରି ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

ବ୍ରେକିଂ