ଟ୍ରାକ୍ଟର ଓଲଟି ସାନ ଭାଇର ମୃତ, ବଡ଼ ଭାଇ ଗୁରୁତର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ବାସିଙ୍ଗି ନିକଟରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିବା ଜଣାପଡିଛି।ଟ୍ରାକ୍ଟରରେ ଚାପି ହୋଇ  ସାନ ଭାଇର ମୃତ୍ୟୁ ଘଟିଥିବା ବେଳେ ବଡ଼ ଭାଇ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି । ମୃତକ ହେଲେ ବାସିଙ୍ଗି କଲୋନୀ ସାହିର ମୁକୁନ୍ଦ କାରୁଆ ।

ସୂଚନା ଅନୁଯାୟୀ,   ତିନି ଜଣ ଟ୍ରାକ୍ଟରରେ ଦ୍ରୁତଗତିରେ ଆସୁଥିବା ବେଳେ ବହଳଦା ଥାନା ବାସିଙ୍ଗି ନିକଟ ଜାତୀୟ ରାଜପଥ ୨୨୦ରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ । ଫଳରେ ଏହା ରାସ୍ତା କଡ଼କୁ ଓଲଟି ପଡିଥିଲା। ଟ୍ରାକ୍ଟରରେ ଚାପିହୋଇ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି।

ଗୁରୁତର ଦୁଇଜଣଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ତିନିଜଣଙ୍କ ମଧ୍ୟରୁ ସାନଭାଇର ମୃତ୍ୟୁ ହୋଇଥିଲା ବେଳେ ବଡ଼ଭାଇକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.

ବ୍ରେକିଂ