ଭୁବନେଶ୍ୱରରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଆତଙ୍କରାଜ । ଲୁଟତରାଜ ସହ ବାରମ୍ୱାର ଆକ୍ରମଣ ଭଳି ଘଟଣା ଦେଖିବାକୁ ମିଳିଛି । ତେବେ ଆଜି ସନ୍ଧ୍ୟା ସମୟରେ କଳିଙ୍ଗ ଷ୍ଟାଡ଼ିୟମ ଛକରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ବାଇକ ଆରୋହୀ ଜଣେ ଯୁବକଙ୍କୁ ୧୦ରୁ ଊର୍ଦ୍ଧ୍ବ ଯୁବକ ଆକ୍ରମଣ କରିଛନ୍ତି । ଆହତ ଯୁବକଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଛି ପୁଲିସ।

ସେହିପରି ଆହତ ଯୁବକଙ୍କ ନାମ ବବୁଲୁ ଓ ସେ ନୟାପଲ୍ଲୀ ବେହେରା ସାହିର ବୋଲି ଜଣାପଡ଼ିଛି । ଜନଗହଳିପୂର୍ଣ୍ଣ ଜୟଦେବ ଛକ ନିକଟରେ ଖଟି କରିବା ପ୍ରସଙ୍ଗକୁ ନେଇ ତାଙ୍କୁ ଗୋଡ଼େଇ ଗୋଡ଼େଇ ମରଣାନ୍ତକ ଆକ୍ରମଣ କରିବା ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ରହିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି। ଜୟଦେବ ବିହାର ଟ୍ରାଫିକପୋଷ୍ଟ୍‌ର ସିସିଟିଭି କ୍ୟାମେରାକୁ ଯାଞ୍ଚ କରି ଅପରାଧିଙ୍କୁ ଠାବ କରିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.

ବ୍ରେକିଂ