ଏଟିଏମ ଭିତରେ ଆକ୍ରମଣ କରି ଲୁଟିନେଲେ ୩୫ ହଜାର ଟଙ୍କା

ବାଲେଶ୍ୱର: ଏଟିଏମ ଭିତରେ ଲୁଟିଲେ ଟଙ୍କା । ଏଟିଏମ  ଭିତରେ ଦୁର୍ବୃତ୍ତମାନେ ଯୁବକଙ୍କୁ ଆକ୍ରମଣ କରି ୩୫ ହଜାର ଟଙ୍କା ଲୁଟି ନେଇଛନ୍ତି । ସୋର ଥାନା ଷ୍ଟେସନ ଛକ ଏଟିଏମ ଭିତରେ ଯୁବକଙ୍କୁ ମାଡ ମାରି ଦୁର୍ବୃତ୍ତମାନେ ଏପରି କାଣ୍ଡ ଘଟାଇଛନ୍ତି ।

ସୂଚନା ଅନୁଯାୟୀ,  ରବିବାର  ସୋର ଥାନା ଷ୍ଟେସନ ଛକ ଏସବିଆଇ ଏଟିଏମ ଭିତରେ ଜଣେ ଯୁବକ ଟଙ୍କା ଉଠାଇବାକୁ ଯାଇଥିଲେ । ସେହି ସମୟରେ ଅତର୍କିକ ଭାବେ ଏଟିଏମ ଭିତରକୁ ୩ ଜଣ  ଦୁର୍ବୃତ୍ତ ପଶି  ଆସିଥିଲେ ।  ଟଙ୍କା ଉଠାଉଥିବା ଯୁବକଙ୍କଠୁ ନିସ୍ତୁକ ମାଡ ମାରି ତାଙ୍କଠୁ ୩୫ହଜାର ଟଙ୍କା ଲୁଟ୍‌ କରିନେଇଥିଲେ ।  ଏହାସହ ଯୁବକଙ୍କ ମୋବାଇଲ ଓ ଲାପଟପକୁ ମଧ୍ୟ ଭାଙ୍ଗି ଦେଇଥିଲେ ।

ପରେ ଲୁଟର ଶିକାର ହୋଇଥିବା ଯୁବକ ସୋର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣା ଘଟିଥିବା ଏସବିଆଇ ଏଟିଏମର ସିସିଟିଭି ଯାଞ୍ଚ୍ କରି ଦୁର୍ବୃତ୍ତମାନଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି ।

Leave A Reply

Your email address will not be published.

ବ୍ରେକିଂ