ରାଜଧାନୀରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା

ଭୁବନେଶ୍ୱର: ଭୁବନେଶ୍ୱର ରାଜରାସ୍ତାରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା । ରାଜମହଲ-ଶିଶୁଭବନ ରାସ୍ତାରେ ଯୁବକଙ୍କୁ ଅତି ନୃଶଂସ ଭାବରେ ପଥରରେ ଛେଚି ହତ୍ୟା ଥିବା ଜଣାପଡିଛି । ପ୍ରଥମେ ବଚସାରୁ ଯୁବକଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।  ମୃତ ଯୁବକଙ୍କ ନାଁ ତ୍ରିନାଥ ବୋଲି ଜଣାପଡିଛି । ସେପଟେ ଅଭିଯୁକ୍ତ ନାରାୟଣ ସାହୁକୁ କ୍ୟାପିଟାଲ ଥାନାରେ  ଅଟକ ରଖି ପଚାରାଉଚୁରା କରୁଛି ପୋଲିସ । 

ପୋଲିସ ସୂଚନାନୁସାର, ନାରାୟଣ ସାହୁର ଘର କୋରାପୁଟ , ଲକ୍ଷ୍ମୀପୁରରେ । ଉଭୟ ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ କୌଣସି କାରଣରୁ ଏମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟେକ୍ତ ହୋଇ ତ୍ରିନାଥଙ୍କୁ ପଥରରେ ଛେଚି ହତ୍ୟା କରିଥିଲା ନାରାୟଣ।

କୋଭିଡ କଟକଣା ପାଇଁ ରାଜଧାନୀର ପ୍ରମୁଖ ଛକମାନଙ୍କରେ ପୋଲିସ କଡା ପ୍ରହାର ଦେଉଥିଲେ ମଧ୍ୟ ଅପରାଧିମାନେ ଜଘନ୍ୟ କାଣ୍ଡ ଘଟାଇ ଫେରାର ହୋଇଯାଉଛନ୍ତି । କେତେବେଳେ ଲୁଟେରା ଯିବା ସମୟରେ ଆକ୍ରମଣ କରୁଛନ୍ତି ତ ପୁଣି କେତେବେଳେ ରାସ୍ତାରେ ଅଟକାଇ ଆକ୍ରମଣ କରୁଛନ୍ତି । ରାଜଧାନୀରେ ଅପରାଧ ବଢି ଚାଲିଛି । ଅପରାଧ ରୋକିବାରେ ପୁଲିସର ବିଫଳତା ଏବେ ରାଜଧାନୀବାସିନ୍ଦାଙ୍କ ପାଇଁ ଚିନ୍ତା ବଢାଇଦେଇଛି ।

Leave A Reply

Your email address will not be published.

ବ୍ରେକିଂ