ବୌଦ୍ଧ: ଘରେ ଶୋଇଥିବା ବେଳେ ନିଆଁରେ ପୋଡି ହୋଇ ଯୁବକ ଜୀବନ୍ତ ଦଗ୍ଧ । ମୃତ ଯୁବକ ହେଲେ ଜି. ଉଦୟଗିରି ଲିଙ୍ଗାଗଡ ଗାଁର ଅଶୋକ ଦଳ ବେହେରା । ଘରେ କେହି ନଥିବା ବେଳେ ଅଭାବନୀୟ ଘଟଣା ଧଟିଥିବା ସୂଚନା ମିଳିଛି ।
ତେବେ, ରାତିରେ ନିଆଁ ଜଳୁଥିବା ଦେଖି ପଡୋଶୀ ଅଗ୍ନିଶମ ବିଭାଗକୁ ଡାକିଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ନିଆଁ ଲିଭାଇ ଯୁବକଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଛି ।