ରାଜଧାନୀ ରାସ୍ତାରେ ଯୁବକଙ୍କ ଗୁଣ୍ଡାଗିରି

ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ଯୁବକଙ୍କ ଗୁଣ୍ଡାଗିରି । ଭୁବନେଶ୍ୱର ଡମଣା-ପଟିଆ ରାସ୍ତାରେ ୨ ଯୁବକଙ୍କ ମାଡରେ ବାଇକ୍ ଆରୋହୀ ଯୁବକ ରକ୍ତାତ ହୋଇଥିବା ଜଣାପଡିଛି ।

ରକ୍ତାତ ଯୁବକଙ୍କୁ ଲୋକଙ୍କ ସହାୟତାରେ ପୋଲିସ ଉଦ୍ଧାର କରିଛି । ତେବେ, ଆକ୍ରମଣ କରି ଦୌଡି ପଳାଉଥିବା ଜଣେ ଯୁବକଙ୍କୁ ଲୋକେ କାବୁ କରିଥିବା ବେଳେ ଅନ୍ୟ ଜଣେ ଯୁବକ ଘଟଣାସ୍ଥଳରୁ ଖସି ପଳାଇଥିବା ଜଣାପଡିଛି । ତେବେ, କେଉଁଥିପାଇଁ ଯୁବକଙ୍କୁ ଆକ୍ରମଣ ଶିକାର ହୋଇଛି ସେନେଇ କାରଣ ସ୍ପଷ୍ଟ ହୋଇପାରିନାହିଁ ।

ଅନ୍ୟପକ୍ଷରେ, ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିବାବେଳେ,  ପୋଲିସ ଘଟଣାସ୍ଥଳରୁ ଆକ୍ରମଣ କରିଥିବା ଯୁବକକୁ ଗରିଫ କରି ଥାନାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

ବ୍ରେକିଂ