ବିଦ୍ୟୁତ୍ ସଂସ୍ପର୍ଶରେ ଯୁବକଙ୍କ ମୃତ୍ୟୁ

ଦାମନଯୋଡି: ୨୦୨୦ ବର୍ଷର ଅନ୍ତିମ ଦିନକୁ ସମସ୍ତେ ଉତ୍ସବ ପାଳନ କରି ବିଦାୟ ଦେଉଥିବା ବେଳେ ଏହି ଦିନରେ କିଏ ପୁଣି ନିଜେ ଦୁନିଆରୁ ବିଦାୟ ନେଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ସେମିଳିଗୁଡା ବ୍ଲକ ଚାରାଙ୍ଗୁଲ ପଞ୍ଚାୟତ ଅଧିନସ୍ଥ ଗ୍ରାମ ଗୌଡଗୁଡାରେ ।

ଗତ କାଲି ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ସୁନାବେଡ଼ା ଥାନ ଅଧିନସ୍ଥ ତରଲା ବନ୍ଧଗୁଡ଼ା ଅଞ୍ଚଳରେ ଗୃହ ନିର୍ମାଣ କାର୍ଯ୍ୟ କରୁଥିବା ସମୟରେ ନକୁଳ ଗୌଡ଼ ନାମକ ୨୧ ବର୍ଷୀୟ ଯୁବକ ବିଦ୍ୟୁତ୍ ସଂସ୍ପର୍ଶରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଖବର ନେବାରେ ଜଣାପଡିଛି ଯେ, ଫିଲିପ  ଖୋସଲା ନାମକ ବ୍ୟକ୍ତିଙ୍କ ନିର୍ମାଣାଧୀନ ଘରର ଛାତ କାମ ଚାଲିଥିଲା। ଉକ୍ତ ଘର ପାଖରେ ଥିବା ୧୧ କେଭି ବିଦ୍ୟୁତ୍ ତାର ସହ ଲୁହା ଛଡ଼ ଲାଗିଯିବାରୁ ନକୁଳ ତଳେ ପଡ଼ିଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ମାଥାଲପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା, ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ପରିବାର ଓ ଗ୍ରାମବାସୀ ଡାକ୍ତରଖାନାରେ ଶବ ରଖି କ୍ଷତି ପୂରଣ ଦାବି କରିଥଲେ।

ସୁନାବେଡ଼ା ପୋଲିସ,ଦାମନଯୋଡି ପୋଲିସ ଓ ଚାରାଙ୍ଗୁଲ ସରପଞ୍ଚ ଡାକ୍ତରଖାନାରେ ପହଞ୍ଚି ଗ୍ରାମବାସୀ ଓ ପରିବାର ଲୋକଙ୍କୁ ବୁଝାଇଥିଲେ । କ୍ଷତିପୂରଣ ମିଳିବା ପରେ ପ୍ରାୟ ରାତି ନଅଟା ପରେ ସମସ୍ୟା ସମାଧାନ ହେବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି । ମୃତ ନକୁଳ ଘରର ବଡ଼ପୁଅ ଥିଲେ । ତାଙ୍କ ମୃତ୍ୟୁରେ ପରିବାର, ଆତ୍ମୀୟସ୍ଵଜନ, ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

 

Leave A Reply

Your email address will not be published.

ବ୍ରେକିଂ