ପ୍ରେମରେ ବିଫଳତା ପରେ ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ବିରାଗାଡ଼ା ଗ୍ରାମରେ ପ୍ରେମରେ ବିଫଳତା ପରେ ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା ।  ଯୁବକ ଜଣକ ହେଲେ ବିରାଗାଡ଼ା ଗ୍ରାମର କର୍ମଦୂତ ବଳିଆରସିଂଙ୍କ ୧୯ ବର୍ଷୀୟ ପୁଅ କର୍ଣ୍ଣ ବଳିଆରସିଂ।

ସୂଚନା ମୁତାବକ ଆଜି ସକାଳ ପ୍ରାୟ ୯ ଟା ସମୟରେ ଘରେ ଥିବା କୋବି ପୋକ ମରା ଔଷଧ ଖାଇ ଗୋରୁ ଚରାଇବାକୁ ଜଙ୍ଗଲକୁ ଯାଇଥିଲେ।  କିଛି ସମୟ ପରେ ଘରକୁ ଫେରିଥିବା ବେଳେ କର୍ଣ୍ଣଙ୍କ ପାଟିରୁ ରକ୍ତ ଯାବ ଲାଳ ବାହାରୁଥିବା ଦେଖି ମାଆ ମେଡିକାଲରେ ଭର୍ତ୍ତି କରାଇଥିଲେ।ହେଲେ ଚିକିତ୍ସାଧୀନ ଅବସ୍ଥାରେ କର୍ଣ୍ଣଙ୍କର ମୃତ୍ୟୁ ଘଟିଛି।

ମୃତ ଯୁବକ ଜଣକ ଏକତରଫା ଭାବେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିବା ବେଳେ ଯୁବତୀ ଜଣକ ମନା କରି ଦେଇଥିଲା ଫଳରେ କର୍ଣ୍ଣ ଏଭଳି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Leave A Reply

Your email address will not be published.

ବ୍ରେକିଂ