ନଦୀ ସ୍ରୋତରେ ଭାସିଗଲେ ବାଇକ୍‌ ଆରୋହୀ, ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

ବାରିପଦା: ପ୍ରବଳ ବର୍ଷା ଯୋଗୁଁ ନଦୀ ସ୍ରୋତରେ ଭାସିଗଲେ ବାଇକ୍‌ ଆରୋହୀ । ବାରିପଦା ସହର ୧୭ ନଂ ୱାର୍ଡକୁ ସଂଯୋଗ କରୁଥିବା ଜରାଳି ନଦୀ କଲଭର୍ଟ ଉପରେ ଯୁବକ ଜଣଙ୍କ ଗାଡ଼ିରେ ବସି ପାର ହେଉଥିଲା ଦୁର୍ଭାଗ୍ୟବଶତଃ ଗାଡ଼ି ସହିତ ଯୁବକ ଜଣକ ସ୍ରୋତରେ ଭାସିଯାଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ବାରିପଦା ଅଗ୍ନିଶମ ବିଭାଗ ପହଞ୍ଚି ଯୁବକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ହେଲେ ବର୍ତ୍ତମାନ ସୁଦ୍ଧା ଯୁବକଙ୍କର କୌଣସି ପତ୍ତା ମିଳିପାରିନାହିଁ। ଏମିତିକି ଯୁବକ ଜଣକର ପରିଚୟ ମଧ୍ୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ।

Leave A Reply

Your email address will not be published.

ବ୍ରେକିଂ