ନକଲି ମେଡିକାଲ୍ ସାର୍ଟିଫିକେଟ୍ କରି ବନ୍ଧା ହେଲେ ଯୁବକ

ପାରାଦୀପ : ଲୋକଙ୍କୁ ନକଲି କୋଭିଡ୍‌ ସାର୍ଟିଫିକେଟ୍‌ ଦେଉଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପାରାଦୀପ ଅଭୟଚାନ୍ଦପୁର ଥାନା ପୋଲିସ । ଘଟଣାରେ ସାର୍ଟିଫିକେଟ ପ୍ରସ୍ତୁତିରେ ବ୍ୟବହାର କରୁଥିବା କମ୍ପୁଟର ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ । ଗିରଫ ଯୁବକ ଜଣକ କୁଜଙ୍ଗ ବ୍ଲକ୍ ବଗଦିଆ ଗ୍ରାମର କାଳନ୍ଦୀ ତରାଇ ବୋଲି ଜଣାପଡିଛି ।

ସୂଚନା ଅନଯାୟୀ, କାଳନ୍ଦୀ ଦୀର୍ଘ ଦିନ ହେବ ଏହି କାରବାର ଚଲାଇଥିଲେ । ସେ ଏକ ଦୋକାନରେ ନକଲି ମେଡିକାଲ ସାର୍ଟିଫିକେଟ୍ ଓ ନକଲି କ୍ୟାରେକ୍ଟର ସାର୍ଟିଫିକେଟ୍ କରି ଲୋକଙ୍କୁ ଦେଉଥିଲେ  । ତେବେ ଏନେଇ ସୂଚନା ପାଇବା ପରେ ଅଭୟଚାନ୍ଦପୁର ପୋଲିସ ଦୋକାନ ଉପରେ ଚଢାଉ କରିଥିଲା । ଘଟଣାକେ  କାଳନ୍ଦୀକୁ ଗିରଫ କରିବା ସହ ନକଲି ସାର୍ଟିଫିକେଟ୍ ତିଆରି କରିବା ପାଇଁ ବ୍ୟବହାର କରୁଥିବା ଗୋଟିଏ କମ୍ପ୍ୟୁଟର, ଦୁଇଟି ପ୍ରିଣ୍ଟର ଓ ଗୋଟିଏ ଲ୍ୟାପଟପ୍ ଜବତ କରିଛି ।

Leave A Reply

Your email address will not be published.

ବ୍ରେକିଂ