ପ୍ରଧାନ ଶିକ୍ଷକଙ୍କ ମୁଥମାଡରେ ଯୁବକ ଆହତ, ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ

ବଲାଙ୍ଗୀର: ଶିକ୍ଷକଙ୍କ ମୁଥମାଡରେ ଯୁବକ ଆହତ । ନ୍ୟାୟ ପାଇଁ ବଲାଙ୍ଗୀର ସଦରଥାନାରେ ଦ୍ୱାରସ୍ଥ ହେଲେ ଯୁବକ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ସଦରଥାନା ଅନ୍ତର୍ଗତ ଘୁଙ୍ଗି ଗାଁର ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାରେ ।  ପ୍ରଧାନ ଶିକ୍ଷକ ହେଲେ ଘୁଙ୍ଗି ଗାଁର କୁଞ୍ଜବିହାରୀ ସାହୁ । ସେହିପରି ମୁଥମାଡରେ ଶିକାର ଯୁବକ ଡୋଳାମଣି ସାହୁ ବୋଲି ଜଣା ପଡିଛି ।

ଅଭିଯୋଗ ମୁତାବକ ଗତକାଲି ସ୍ୱାଧିନତା ଦିବସ ଅବସରରେ ଗାଁ ସ୍କୁଲରେ ଲଗାଯାଇଥିବା ଜାତୀୟ ପତାକା ଆଜି ସକାଳ ୯ଟା ୩୦ ମିନିଟ ପର୍ଯ୍ୟନ୍ତ ଓହ୍ଲା ଯାଇନଥିଲା । ଫଳରେ ଜାତୀୟ ପତାକାର ଅବମାନନା କରାଯାଉଥିବା ନେଇ ଡୋଳାମଣୀ ପ୍ରଧାନ ଶିକ୍ଷକଙ୍କୁ ଅବଗତ କରାଇଥିଲେ । ତେବେ ଏଥିରେ ଉତକ୍ଷିପ୍ତ ହୋଇ ପ୍ରଧାନ ଶିକ୍ଷକ କୁଞ୍ଜବିହାରୀ ଡୋଳାମଣୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମୁହଁକୁ ଏକ ମୁଥ ମାରିଥିଲେ । ଯାହାଫଳରେ ଡୋଳାମଣୀଙ୍କ ନାକ ଫାଟି ରକ୍ତ ବାହାରିଥିଲା । ତେବେ ପୂର୍ବରୁ ରାଗ ରଖି ପ୍ରଧାନ ଶିକ୍ଷକ କୁଞ୍ଜବିହାରୀ ତାଙ୍କ ଉପରେ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଡୋଳାମଣୀ ।

ତେଣୁ ପ୍ରଧାନ ଶିକ୍ଷକ ସାହୁଙ୍କୁ ଗିରଫ କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀରେ ଆଜି ସଂଧ୍ୟାରେ ଡୋଳାମଣୀ ବଲାଙ୍ଗୀର ସଦରଥାନାର ଦ୍ବାରସ୍ଥ ହୋଇଛନ୍ତି । ସଦର ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଛି ବୋଲି କହିଛନ୍ତି ।

 

Leave A Reply

Your email address will not be published.

ବ୍ରେକିଂ