ଉଧାର ଟଙ୍କା ନ ଦେବାରୁ ଯୁବକଙ୍କୁ ବୀଭତ୍ସ ହତ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡ଼ାରେ ଯୁବକଙ୍କୁ ବୀଭତ୍ସ ହତ୍ୟା । ଉଧାର ଟଙ୍କା ନ ଦେବାରୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଅନ୍ୟ ଜଣେ ଯୁବକ । ଉଧାର ଟଙ୍କା ମାଗିବାରୁ ବଚସା ପରେ ଏହି ହତ୍ୟାକାଣ୍ଡ ହୋଇଥିଲା ।  ମୃତକ ଜଣକ ୩୦ ବର୍ଷୀୟ ଜିତେନ୍ଦ୍ର ସାହୁ ।

ପୀତବାସ ସାହୁ ନାମକ ଯୁବକ ତାଙ୍କୁ ଗୋଡାଇ ଗୋଡାଇ ଟାଙ୍ଗିଆରେ ଗାଁ ଦାଣ୍ଡରେ ହାଣି ହତ୍ୟା କରିଛନ୍ତି । ତେବେ ଘଟଣାପରେ ଅଭିଯୁକ୍ତ ପୀତବାସ ସାହୁ ଫେରାର ଥିବା ଜଣାପଡିଛି । ଛେଣ୍ଡିପଦା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । 

Leave A Reply

Your email address will not be published.

ବ୍ରେକିଂ