ଥାନାରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଅନୁଗୁଳ  : ପ୍ରେମ ପାଇଁ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ । ଯୁବକ ଜଣକ ନିଜ ଦେହରେ ନିଆଁ ଲଗାଇ ଥାନା ଭିତରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତେବେ ଥାନାରେ ଥିବା ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ଅନୁଗୁଳ ଜିଲ୍ଲା ପାଲଲହଡାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସମ୍ପୃକ୍ତ ଯୁବକ ଜଣକ ଇଶ୍ୱର ନଗରର ହୋଇଥିବା ବେଳେ ସେ ମାନସିକ ବିକୃତ ଥିବା  ପାଲଲହଡା ପୋଲିସ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁଯାୟୀ, ଆଜି ଇଶ୍ୱର ନଗରର ଜଣେ ଯୁବକ ନିଜ ଦେହରେ ନିଆଁ ଲଗାଇ ହଠାତ୍‌ ଥାନା ଭିତରକୁ ପଶିଯାଇଥିଲେ । ଥାନାରେ ଥିବା ପୋଲିସ କର୍ମଚାରୀ ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ । ତେବେ ଘଟଣାରେ ସେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।  ସେପଟେ ଯୁବକଙ୍କ ଦେହରୁ ନିଆଁ ଲିଭାଇବା ବେଳେ ଜଣେ କନେଷ୍ଟବଳ ଆହତ ହୋଇଥିବା ସୂଚନା ମିଳିଛି ।  ଆହତ ଯୁବକ ଏବଂ କନେଷ୍ଟବଳ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରେମ ବ୍ୟାପାରକୁ ନେଇ ଯୁବକ ଜଣକ ଏପରି କରିଥିବା ଜଣାପଡିଛି ।

Leave A Reply

Your email address will not be published.

ବ୍ରେକିଂ