ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୁରୀ : ଝୁଲନ୍ତା ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର । ପୁରୀ ସତ୍ୟବାଦୀ ଅଞ୍ଚଳରେ ମଙ୍ଗଳବାର ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ପୁରୀ ଜିଲ୍ଲା ଅଳଗୁମ ପଞ୍ଚାୟତ ଅନ୍ତର୍ଗତ ଜିପୁର ପ୍ରଧାନସାହି ପାଖ ଏକ ଜାମୁ ଗଛରେ ଉଭୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ  ଦେଖିବାକୁ ମିଳିଛି । ଉଭୟ ମୃତକ ପ୍ରଧାନସାହିର ବୋଲି ଜଣାପଡିଛି । ତେବେ ଏହା ହତ୍ୟା ନା ପ୍ରେମଜନିତ ଆତ୍ମହତ୍ୟା ସେ ନେଇ କିଛି ସ୍ପଷ୍ଟ ଜଣାପଡ଼ିନାହିଁ । ସେପଟେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

ବ୍ରେକିଂ