କ୍ରିକେଟରୁ ୟୁସୁଫ୍ ପଠାନଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ: ୟୁସୁଫ୍‌ ପଠାନଙ୍କ ଅବସର । ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟସମ୍ୟାନ୍‌ ୟୁସୁଫ୍‌ ପଠାନ୍‌ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ।  ୨୦୦୭ ଟି-୨୦ ବିଶ୍ୱକପ୍ ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ଥିବା ୟୁସୁଫ୍‌ ଅବସର ନେଇ ଆଜି ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

ୟୁସୁଫ୍‌ ପଠାନ୍‌ କ୍ରିକେଟରୁ ଅବସର ଘୋଷମା କରି ସେ ଲେଖିଛନ୍ତି ଯେ, ମୁଁ ମୋ ପରିବାର, ଫ୍ୟାନ୍ସ, ସାଙ୍ଗ, ଟିମ୍‌ କୋଚ୍‌ ଓ ସାରା ଦେଶର ଭଲ ପାଇବା ଓ ସର୍ପୋଟ ପାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।

ସୂଚନାଯୋଗ୍ୟ, ବରୋଦାର ଏହି କ୍ରିକେଟର୍ ଭାରତ ପକ୍ଷରୁ ୫୭ଟି ଦିନିକିଆ ଓ ୨୨ଟି ଟି-୨୦ ମ୍ୟାଚ୍ ଖେଳିଥିଲେ ।  ଏହାସହ ୟୁସୁଫ୍ ଆଇପିଏଲରେ ୧୭୪ଟି ମ୍ୟାଚ ମଧ୍ୟ ଖେଳିଥିଲେ ।

Leave A Reply

Your email address will not be published.

ବ୍ରେକିଂ