ଜିମ୍ବାୱେର ଷ୍ଟାର ଖେଳାଳି ବ୍ରେଣ୍ଡେନ୍ ଟେଲରଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା

ନୂଆଦିଲ୍ଲୀ:  ଜିମ୍ବାୱେର ଷ୍ଟାର ଖେଳାଳି ତଥା କିମ୍ବଦନ୍ତୀ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ବ୍ରେଣ୍ଡେନ୍ ଟେଲର ରବିବାର ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଟେଲର ଆଜି ବେଲଫାଷ୍ଟରେ ଆୟର୍ଲାଣ୍ଡ ବିପକ୍ଷରେ ତାଙ୍କର ଶେଷ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ। ସେ ତାଙ୍କର ୧୭ ବର୍ଷର କ୍ୟାରିୟରରେ ଜିମ୍ବାୱେ ପାଇଁ ୨୪ ଟି ଟେଷ୍ଟ, ୨୦୪ଟି ଦିନିକିଆ ଏବଂ ୪୫ ଟି -୨୦  ଅନ୍ତର୍ଜାତୀୟ ଖେଳିଛନ୍ତି । ଆଜି ତାଙ୍କର ୨୦୫ ତମ ଦିନିକିଆ ଖେଳିବା ପରେ ସେ କ୍ରିକେଟ୍ ପଡ଼ିଆରୁ ସବୁଦିନ ପାଇଁ ବିଦାୟ ନେବେ । ୨୦୧୫ ବିଶ୍ୱକପରେ ଟେଲର ଭାରତ ବିପକ୍ଷରେ ଏକ ଜବରଦସ୍ତ ଶତକ ଖେଳିଥିଲେ।

୨୦୧୫ରେ  ଟେଲର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ତେବେ, ୨୦୧୮ ରେ ସେ ପୁନର୍ବାର ଜିମ୍ବାୱେ ପାଇଁ ଖେଳିବା ଆରମ୍ଭ କରିଥିଲେ। ଟ୍ୱିଟରରେ ଅବସର ଘୋଷଣା କରି ବ୍ରେଣ୍ଡେନ୍ ଟେଲର ଲେଖିଛନ୍ତି, “ଭାରି ହୃଦୟରେ ମୋତେ କହିବାକୁ ପଡିବ ଯେ ଆସନ୍ତାକାଲି ମୁଁ ମୋର ପ୍ରିୟ ଦେଶ ପାଇଁ ମୋର ଶେଷ ଖେଳ ଖେଳିବି। ଏହି ୧୭ ବର୍ଷ ମୋ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ।”

Leave A Reply

Your email address will not be published.

ବ୍ରେକିଂ